قصيدة ولوحة بقلم وريشة الشاعرة راجاشري موهاباترا /الهند A poem ( in Odia Language) and painting by Rajashree Mohapatra

Share

( A poem ( in Odia Language) and painting by Rajashree Mohapatra, )

*** ମହାଦୀପ
ରାଜଶ୍ରୀ ମହାପାତ୍ର

ନିଜେ ଜଳିଲେ ଦେଖିହୁଏ ନକ୍ଷତ୍ରଲୋକ
ଛୁଇଁହୁଏ ଛାତି ଭିତର ଆଲୁଅ
ଯିଏ ନିଜେ ଜଳିନି କେବେବି ,
ସେ ହଜିଯାଏ ଲମ୍ବା ବାଟରେ
ନହେଲେ ତା’ର କେଉଁ ଏକ ଚଉଛକିରେ

କାଲି ରାତିରେ ଉଜାଗର ଥିଲା ଅନ୍ଧାର
ସେ ସାକ୍ଷୀ ଥିଲା
ଯିଏ ଜଳୁଥିଲା ସେ ଥିଲା ଗୋଟେ ଜାଗର
ସ୍ୱପ୍ନେଶ୍ୱରଙ୍କ ଅଗଣାରେ
ସଜେଇଥିଲା ଠାକୁରଙ୍କୁ ଓଠ ରଙ୍ଗର ଗୋଲାପରେ

ତୁମେ ତ ଦେଖିଥିବ ତାକୁ ଜଳିବାର ସାରାରାତି
ଏଇତ ,ଏତେପରେ ମୁଁ ବି ବୁଝୁଛି
ଏମିତି କାହିଁକି ଜାଳେ ଜଣେ ନିଜକୁ
କ’ଣ ତମାଚ୍ଛନ୍ନ ଆତ୍ମୀୟତାର ଆଲୋକ ଟିକକ ପାଇବାକୁ !

Copyright@Rajashree Mohapatra
Bhubaneswar(Odisha) India

اترك ردّاً